ଭାଜପା-ଶିବସେନା ୨୨୫ ଆସନରେ ଜିତିବ ବୋଲି ଦାବି କଲେ ଗୋୟଲ

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ସୋମବାର ଭୋଟ ଗ୍ରହଣ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମେଣ୍ଟ ୨୨୫ଟି ଆସନରେ ବିଜୟ ଲାଭ କରିବ। ଆହୁରି ମଧ୍ୟ ହରିୟାଣାର ମନୋହର ଲାଲ ଖଟ୍ଟର ସରକାର ଓ ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନଭିସ ସରକାର ପୁଣିଥରେ ଶାସନ କ୍ଷମତାକୁ ଆସିବେ ବୋଲି ସେ ଯୋର ଦେଇ କହିଛନ୍ତି। ସେହିପରି ହରିୟାଣାରେ ୭୫ଟି ଆସନରେ ଭାଜପା ବିଜୟ ଲାଭ କରିବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ହରିୟାଣା ବିଧାନସଭାର ୯୦ଟି ଆସନ ଲାଗି ଭୋଟ ଗ୍ରହଣ କରାଯାଉଥିବା ବେଳେ ମହାରାଷ୍ଟ୍ରର ୨୮୮ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ତେବେ ସକାଳ ୯ଟା ସୁଦ୍ଧା ହରିୟାଣାରେ ୮.୭୩ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫.୪୬ ପ୍ରତିଶତ ମତଦାନ କରାଯାଇଥିବାର ସୂଚନା ମିଳିଛି।

Share