Posted inଜାତୀୟ

ଭାଜପା ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହାପରେ ବି ଭାରତୀୟ ଜନତା ପାର୍ଟି(ଭାଜପା) ଚୁପ୍‌ ହୋଇ ବସିନାହିଁ। ଏବେବି ସେ ସରକାର ଗଢିବାର ସ୍ବପ୍ନ ଦେଖୁଛି ବୋଲି ଆଲୋଚନା ହେଉଛି। ଶୁକ୍ରବାର ମହାରାଷ୍ଟ୍ରର ଭାଜପା ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ମହାରାଷ୍ଟ୍ରରେ ଭାଜପା ବିନା ସରକାର ଗଠନ ଅସମ୍ଭବ। ଯଦି ଏଠାରେ ସରକାର ଗଠନ କରାଯିବ ତେବେ କେବଳ ଭାଜପା ହିଁ ସରକାର ଗଢିବ। ସେ କହିଛନ୍ତି ଆମ ପାଖରେ ସର୍ବାଧିକ ବିଧାୟକ ରହିଛନ୍ତି। ଆମେ ୧୧୯ ବିଧାୟକଙ୍କ ସହ ମହାରାଷ୍ଟ୍ରରେ ସରକାର ଗଠନ କରିବୁ। ଦେବେନ୍ଦ୍ର ଫଡନବିଶ ରାଜ୍ୟର ସମସ୍ତ ନେତାଙ୍କ ସହ କଥା ହୋଇଛନ୍ତି ସେମାନଙ୍କୁ ବିଶ୍ୱାସ ଦେଇଛନ୍ତି। କେବଳ ଭାଜପା ହିଁ ସ୍ଥିର ସରକାର ଗଢିବ ବୋଲି ସେ ପ୍ରକାଶ କରିଛନ୍ତି। ତେଣୁ ଭାଜପା ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri