Categories: ଜାତୀୟ

ଭାଜପା ବିଧାୟକଙ୍କ ଦାଦାଗିରି: ସରକାରୀ ଅଧିକାରୀଙ୍କୁ କହିଲେ, ତୁମେ ଚାକିରି କରିପାରିବ ନାହିଁ

ଭୋପାଳ, ୨୭।୬: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ବିଧାୟକ ଆକାଶ ବିଜୟବର୍ଗୀୟ ଜଣେ ସରକାରୀ ଅଧିକାରୀଙ୍କୁ ପିଟି ଗିରଫ ହେବାର ଗୋଟିଏ ଦିନ ପରେ ପୁଣି ସେମିତି ଏକ ମାମଲା ସାମ୍ନାକୁ ଆସିଛି। ବିଦିଶା ବିଧାୟିକା ଲିନା ଜୈନ ଏକ ସରକାରୀ କାର୍ଯ୍ୟକ୍ରମକୁ ନ ଡାକିବାରୁ ଗ୍ୟାରସପୁରର ଜଣେ କୃଷି ବିଭାଗ ଅଧିକାରୀଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଚୌଧୁରୀ ଜୀ ତୁମେ ଏଠାରେ ଚାକିରି କରିପାରିବ ନାହିଁ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ବୁଧବାର ଭାଜପା ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ସରକାରୀ ଅଧିକାରୀଙ୍କୁ ମାରପିଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

Share