Categories: ଜାତୀୟ

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ଦଳର କୌଣସି ନେତା ସାମିଲ ହେଉ ନ ଥିବା ସେ ପ୍ରକାଶ କରିଛନ୍ତି। ତେବେ ଦଳ ପୂର୍ବଭଳି ଏନ୍‌ଡିଏର ଅଂଶୀଦାର ହୋଇ ରହିବ ବୋଲି ନୀତୀଶ କୁମାର ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜେଡିୟୁକୁ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ମିଳିଥିଲା। ଏହା ଦଳ ପାଇଁ ଯଥେଷ୍ଟ ନ ହେବାରୁ ଜେଡିୟୁ ମୋଦି ମନ୍ତ୍ରିମଣ୍ଡଳରୁ ଓହରି ଯିବାକୁ ନିଷ୍ପତ୍ତି ନେଲା ବୋଲି କୁହାଯାଉଛି। ପ୍ରକାଶଥାଉ କି, ବିହାରରେ ଭାଜପା ଓ ଜେଡିୟୁ ମେଣ୍ଟକରି ପ୍ରତ୍ୟେକ ୧୭ଟି ଆସନରେ ନିର୍ବାଚନ ଲଢ଼ିଥିବାବେଳେ ଜେଡିୟୁକୁ ୧୬ ଆସନ ମିଳିଥିଲା।

Share