ଭାଜପା ପକ୍ଷରୁ ୪୯ ନଂ. ଜାତୀୟ ରାଜପଥ ଅବରୋଧ : ଯାନବାହନ ଚଳାଚଳ ବ୍ୟାହତ

ଦେବଗଡ଼,୩୦।୮(ଡି.ଏନ୍‌.ଏ.) : ଦେବଗଡ଼ ସହର ଦେଇଯାଇଥିବା ୪୯ ନଂ. ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଥିବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ ପ୍ରଶାସନଙ୍କୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ନେତୃତ୍ୱରେ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇଛି। ମୁଖ୍ୟ ଟ୍ରାଫିକ ଛକରେ ଭାଜପା ନେତା ଓ କର୍ମୀମାନେ ବିଭିନ୍ନ ନାରାବାଜି ଦେଇ ଏହି ଅବରୋଧ କରିଛନ୍ତି। ଫଳରେ ଯାନନାହନ ଚଳାଚଳ ବ୍ୟାହତ ହୋଇଛି।