Categories: ଜାତୀୟ

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ବଳାତ୍କାର ଘଟଣା ରୋକିବା କଷ୍ଟକର

ଜୟପୁର, ୮।୭: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା କାଳି ଚରଣ ସରାଫ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ବଳାତ୍କାର ଘଟଣାକୁ ରୋକିବା କଷ୍ଟକର। କିନ୍ତୁ ବଳାତ୍କାର ମାମଲାରେ ୮୭ ପ୍ରତିଶତ ବୃଦ୍ଧି ଘଟିବା ଚିନ୍ତାର ବିଷୟ। ଅଧିକତମ ବଳାତ୍କାର ମାମଲାରେ ଅଭିଯୁକ୍ତ ସମ୍ପୃକ୍ତ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ସେ କହିଛନ୍ତି। ତେଣୁ ଏଭଳି ଘଟଣାକୁ ଯେକୌଣସି ସରକାର ରୋକିବା କଷ୍ଟକର ବୋଲି ସେ କହିଛନ୍ତି। ରାଜସ୍ଥାନ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଅନେକ କିଛି ଯୋଜନା ହାତକୁ ନିଆଯାଇଛି ବୋଲି କହୁଛନ୍ତି। କିନ୍ତୁ ରିପୋର୍ଟ କହୁଛି ରାଜ୍ୟରେ ବଳାତ୍କାର ମାମଲା ବଢିଛି। ରାଜସ୍ଥାନରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି କାଳିଚରଣ ଅଭିଯୋଗ କରିଛନ୍ତି।

Share