Categories: ଜାତୀୟ

ଭାଜପା ନେତାଙ୍କ ଘରେ କଂଗ୍ରେସ ବିଧାୟକ: କର୍ନାଟକ ରାଜନୀତିରେ ହଲ୍‌ଚଲ୍‌

ବେଙ୍ଗାଲୁରୁ, ୨୬।୫: ପୁଣି ଥରେ କର୍ନାଟକ ରାଜନୀତି ସରଗରମ ହୋଇଛି। କଂଗ୍ରେସର ଦୁଇ ବିଧାୟକ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ କ୍ରିଷ୍ଣାଙ୍କୁ ରବିବାର ତାଙ୍କ ବାସଭବନରେ ଭେଟିବା ପରେ କର୍ନାଟକ ରାଜନୀତି ହଲ୍‌ଚଲ୍‌ ହୋଇଯାଇଛି। ତେବେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ଉକ୍ତ ଦୁଇ କଂଗ୍ରେସ ବିଧାୟକ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକ ରମେଶ ଜାରକିହୋଲି ଏବଂ ଡ. ସୁଧାକର ରବିବାର ସକାଳେ ଏସଏସ କୃଷ୍ଣଙ୍କୁ ତାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ। କ୍ରିଷ୍ଣାଙ୍କ ଘରେ ଭାଜପା ନେତା ଆର. ଅଶୋକ ଏବଂ ଭାଜପା ବିଧାୟକ ଦଳ ନେତା ବିଏସ ୟେଦ୍ୟୁରପା ମଧ୍ୟ ଉପସ୍ଥିତ ଥିଲେ। ସାକ୍ଷାତ ପରେ ଜରକିହୋଲି କହିଛନ୍ତି, ଏହା କୌଣସି ରାଜନୈତିକ ସାକ୍ଷାତକାର ନଥିଲା। କର୍ଣ୍ଣାଟକରେ ୨୫ ଲୋକ ସଭା ଆସନରେ ବିଜେପି ବିଜୟୀ ହୋଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତାକର ଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଶାସନ ଭାର ସମ୍ଭାଳି ଥିଲା ଜେଡିଏସ ଓ କଂଗ୍ରେସ ମେଣ୍ଟରେ କିଛି ଅସନ୍ତୁଷ୍ଟ ଅଛନ୍ତି। ଏମାନେ କଂଗ୍ରେସ ଛାଡି ଭାଜପା ଯିବା ଚକ୍କରରେ ଅଛନ୍ତି ବୋଲି ଜଣାପଡିଛି। ଗତବର୍ଷ ମେ ମାସରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାଜପା ଅଧିକ ଆସନ ଜିତିଥିଲା। ହେଲେ ମ୍ୟାଜିକ ନମ୍ବର ଛୁଇଁ ପାରିନଥିଲା। ଏହାପରେ ଜେଡିଏସ ଓ କଂଗ୍ରେସ ମେଣ୍ଚ କରି ସରକାର ଗଢ଼ିଛନ୍ତି।

Share