ଭାଜପା ଜିଲା ସଭାପତିଙ୍କୁ ମରାଣାନ୍ତକ ଆକ୍ରମଣ, ଖାରବେଳ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଭୁବନେଶ୍ୱର ଜିଲା ସଂଗଠନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ରାମ ମନ୍ଦିରସ୍ଥିତ ଏକାମ୍ର ହାଟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ଏକ କାର୍‌ରେ ଆଠଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍‌ରେ ତାଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କ ଗୋଡ ଏବଂ ମୁହଁରେ ଆଘାତ ଲାଗିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ହରେକୃଷ୍ଣ ସମର୍ଥକଙ୍କ ସହ ଘଟଣା ବିଷୟରେ ଖାରବେଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖବର ପାଇ ଭୁବନେଶ୍ୱର ଡିସିପି ଅନୂପ କୁମାର ସାହୁ ମଧ୍ୟ ଖାରବେଳ ଥାନାରେ ପହଞ୍ଚି ସମର୍ଥକଙ୍କ ସହ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ କରିଛନ୍ତି। ଅପରପକ୍ଷେ ତାଙ୍କୁ ରାଜନୈତିକ କାରଣରୁ କରାଯାଇଛି। ତାଙ୍କ ଦଳର କେହି ନେତା ଏହି ଆକ୍ରମଣ ପଛରେ ଥିବା ହରେକୃଷ୍ଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ହରେକୃଷ୍ଣ ଏକାମ୍ର ହାଟ ନିକଟରେ ଥିବା ତାଙ୍କର କୋପରେଟିଭ୍‌ ସୋସାଇଟିରେ ବସିଥିଲେ। ବାଉଁସରଙ୍କ ଭଳି ଦେଖାଯାଉଥିବା ଆଠଜଣ ଦୁର୍ବୃତ୍ତ କାର୍‌ରୁ ଓହ୍ଲାଇଥିଲେ। ହାତରେ ଲୁହା ପାଇପ୍‌ରେ ସେ ଅଫିସର କାଚ ବାଡେଇ ଭାଙ୍ଗିବା ସହ ହରେକୃଷ୍ଣଙ୍କୁ ବାହାରକୁ ଟାଣି ପିଟିଥିଲେ। ହରେକୃଷ୍ଣଙ୍କ ସହଯୋଗୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନେ କିଛି ଶୁଣି ନ ଥିଲେ। ଶେଷରେ ଲୋକମାନେ ଏକାଠି ହେବା ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।