Categories: ଜାତୀୟ

ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ପିତାଙ୍କ ଗାଡ଼ି ଚୋରି

ନୂଆଦିଲ୍ଲୀ,୨୯।୫: ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପିତାଙ୍କ କାର୍‌ ଗୁରୁବାର ବିଳମ୍ବିତ ରାତିରେ ନିଜ ବାସଭବନରୁ ହୋଇଯାଇଛି। ଏନେଇ ଗମ୍ଭୀରଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍‌ ଆରମ୍ଭ କରିଛି। ସିସିଟିଭ ଫୁଟେଜ ଯାଞ୍ଚ୍‌ କରାଯାଇ ଚୋରକୁ ଧରାଯିବ ବୋଲି ସେଣ୍ଟ୍ରାଲ ଡିସିପି କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସକାଳ ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ଆଗରେ ଟୋୟଟା ଫର୍ଚୁନର କାର୍‌ଟି ପାର୍କିଂରେ ଥିଲା। ଭୋର ସମୟରୁ ହିଁ କାରଟିକୁ ଚୋରି ହୋଇଯାଇଥିବା କୁହାଯାଉଛି।

Share