Categories: ଜାତୀୟ

ଭାଜପା ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ:ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଜେଡିୟୁ ସହ ମେଣ୍ଟ ହୋଇଛି

ପାଟନା, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିଲା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ। ଏହି ଘଟଣା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ବିବାଦ ଘନେଇଛି। ଏହି ସମୟରେ ଭାଜପା ଏମ୍‌ପି ଗୋପାଳ ନାରାୟଣ ସିଂ ଏକ ବିବାଦୀୟ ମନ୍ତ୍ୱ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଦଳୀୟ ସ୍ବାର୍ଥ ଦୃଷ୍ଟିରୁୁ ଆମେ ଜେଡିୟୁ ସହ ମେଣ୍ଟ କରିଛୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେବଳ ଶାସନ ଡୋର ହାତେଇବା ପାଇଁ ଏହି ମେଣ୍ଟ ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡି ଏବଂ ନୀତିଶ ସରକାର ମଧ୍ୟ କୌଣସି ଫରକ ନାହିଁ ବୋଲି ସେ କହିଛନ୍ତି।

Share