Categories: ଜାତୀୟ

ଭାଜପା ଏମ୍‌ପିଙ୍କ ‘ପାଠଶାଳା’ରେ କାହିଁକି ପଛରେ ବସିଲେ ମୋଦି

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ଶନିବାର ଆୟୋଜିତ ପାଠଶାଳା ବା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ଓ ଲୋକ ସଭାର ପ୍ରାୟ ସମସ୍ତ ଏମ୍‌ପି ଯୋଗ ଦେଇଥିଲେ। ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀ ପଛରେ ବସିଥିବାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କାରଣ ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଲଗା ସ୍ଥାନ ହେବାକଥା ଓ ଏହା ମଞ୍ଚର ସବୁଠାରୁ ଆକର୍ଷଣୀୟ ସ୍ଥାନ ବା ଉଚ୍ଚ ସ୍ଥାନ ହେବା କଥା। ହେଲେ ଭାଇରାଲ ହେଉଥିବା ଉକ୍ତ ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ଥାନରେ ବସିଛନ୍ତି ତାଙ୍କ ଆଗ ଆସନରେ ମନୋଜ ତିଓ୍ବାରୀ ଓ ଅନ୍ୟ ଏମ୍‌ପିମାନେ ନଜର ଆସୁଛନ୍ତି। ସେହିପରି ତାଙ୍କ ପଛକୁ ମହିଳା ଏମ୍‌ପିମାନେ ବସିଛନ୍ତି। ତେଣୁ ମୋଦି କାହିଁକି ଏଠି ବସିଛନ୍ତି ବୋଲି ପ୍ରଶ୍ନ ଉଠିଛି। ଏହାପରେ ଜାଣିବାକୁ ମିଳିଛି କି ଏହା ଏମ୍‌ପିଙ୍କ ପାଠଶାଳା, ଯେଉଁଠି ଏମ୍‌ପିମାନଙ୍କୁ ତାଲିମ ଦିଆଯାଉଛି। ଆଉ ମୋଦି ହେଉଛନ୍ତି ବାରଣାସୀର ଏମ୍‌ପି ତେଣୁ ସେ ମଧ୍ୟ ସାଧାରଣ ଏମ୍‌ପିଙ୍କ ଭଳି ପଛ ଧାଡିରେ ବସି ପ୍ରେଜେଣ୍ଟେଶନ ଶୁଣୁଛନ୍ତି ବୋଲି କୁହାଯାଉଛି।

Share