Categories: ଜାତୀୟ

ଭାଜପା ଏମ୍‌ପିଙ୍କ ଗାଡ଼ି ଭାଙ୍ଗିଲେ ଟିଏମ୍‌ସି କର୍ମୀ

କୋଲକାତା,୧।୯: ପଶ୍ଚିମବଙ୍ଗର ଭାଜପା ଏମ୍‌ପି ଅର୍ଜୁନ ସିଂଙ୍କ ଗାଡ଼ିକୁ ରବିବାର କେତେଜଣ ଟିଏମ୍‌ସି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଉତ୍ତର ୨୪ ପ୍ରଗଣାର ଶ୍ୟାମନଗର ରେଲଓ୍ବେ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଅର୍ଜୁନ ସିଂ କହିଛନ୍ତି ଟିଏମ୍‌ସି କର୍ମକର୍ତ୍ତାମାନେ ଭାଜପା କାର୍ଯ୍ୟାଳୟକୁ କବ୍‌ଜା କରିବାକୁ ଚାହୁଁଥିବା ବେଳେ ସେ ସେଠାରେ ପହଞ୍ଚି ଏହା ତଦାରଖ କରିବା ସମୟରେ ଉକ୍ତ ଟିଏମ୍‌ସି କର୍ମୀମାନେ ତାଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।

Share