Categories: ଜାତୀୟ

ଭାଜପା ଏମ୍‌ପିଙ୍କୁ ମୋଦି ମନ୍ତ୍ର: ଭୋଟ ଦେଇ ନ ଥିବା ଲୋକଙ୍କ ହୃଦୟ ଜିତ

ନୂଆଦିଲ୍ଲୀ,୫ା୮(ପି.ଟି.): କୌଣସି ନକାରାତ୍ମକ ମନୋଭାବ ତ୍ୟାଗ କରି ସକାରାତ୍ମକ ମନୋବୃତ୍ତି ନେଇ କାମ କରି ଲୋକଙ୍କୁ ଆପଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମ୍‌ପିମାନଙ୍କୁ ପରାମର୍ଶ ଦେଇଛନ୍ତି। ଏପରିକି ଯେଉଁମାନେ ଦଳକୁ ଭୋଟ ଦେଇ ନାହାନ୍ତି ସେମାନଙ୍କୁ ହୃଦୟ ଜିତିବାକୁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ୩୮୦ ଦଳୀୟ ଏମ୍‌ପିଙ୍କୁ ନେଇ ଅନୁଷ୍ଠିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ଦିନରେ ମୋଦି ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଏବେଠୁ ପ୍ରସ୍ତୁତି ଚଳାଇବାକୁ କହିଛନ୍ତି। ନିଜର ଭାବମୂର୍ତ୍ତି ନିର୍ମଳ ରଖିବା ଏବଂ ପରିବାରବାଦରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ମୋଦି ‘ସବ୍‌ କା ସାଥ୍‌, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ ମନ୍ତ୍ରକୁ ଦୋହରାଇ ସମସ୍ତଙ୍କ କଲ୍ୟାଣ ଲାଗି କାମ କରିବାକୁ ଦଳୀୟ ନେତାମାନଙ୍କୁ କହିଥିବା ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୂଚନା ଦେଇଛନ୍ତି। ଭାଜପା ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଅଧିବେଶନକୁ ପରିଚାଳନା କରିଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦେଶ ପ୍ରତି ଦଳର ଅବଦାନ ସମ୍ପର୍କରେ କହିଥିଲେ। ଏହି ଅବସରରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ବକ୍ତୃତା ସଙ୍କଳନ ‘ସାଂସ୍କୃତିକ ରାଷ୍ଟ୍ରବାଦ କେ ଶିଳ୍ପୀ’ ଉନ୍ମୋଚିତ ହୋଇଥିଲା।

Share