Categories: ଜାତୀୟ

ଭାଜପାର ଚାଷୀ ସମାବେଶରେ ଭୁଶୁଡ଼ିଲା ମଞ୍ଚ

ଇନ୍ଦୋର,୧୧।୬: ମଧ୍ୟପ୍ରଦେଶରେ ଋଣଛାଡ଼ ପାଇଁ ଭାଜପା ପକ୍ଷରୁ ଆୟୋଜନ କରାଯାଇଥିବା ଚାଷୀ ସମାବେଶରେ ଘଟିଛି ଅଭାବନୀୟ ଘଟଣା। ଚାଷୀ ସମାବେଶ ଲାଗି ବିଭିନ୍ନ ସ୍ଥାନରେ ମଞ୍ଚ ତିଆରି କରାଯାଇଥିଲା। ଲାଲମେହଲ୍ଲା ଅଞ୍ଚଳରେ ଥିବା ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଅନେକ ବରିଷ୍ଠ ନେତା ଆହତ ହୋଇଛନ୍ତି। ମଞ୍ଚରେ ମହାପୌର ମାଳିନୀ ଗୌଡ଼, ଏମ୍‌ପି ଶଙ୍କର ଲାଲଓ୍ବାନୀ, ବିଧାୟକ ମହେନ୍ଦ୍ର ହାର୍ଦିୟା, ବିଧାୟକ ଉଷା ଠାକୁର, ପୂର୍ବ ବିଧାୟକ ରାଜେଶ ସୋନକର ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ଭୁଶୁଡ଼ି ପଡ଼ିବାରୁ ମଞ୍ଚାସୀନ ଅତିଥିମାନେ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ଯୋଗଦେଇଥିଲେ।

Share