Categories: ଜାତୀୟ

ଭାଜପାର ଅହଂକାର ମହାରାଷ୍ଟ୍ର ଜନତାଙ୍କ ପ୍ରତି ଅପମାନ: ସଞ୍ଜୟ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ଭାଜପା-ଶିବସେନା ମଧ୍ୟରେ ଚାଲିଥିବା ତୁତୁମେମେ ଥମିବାର ନାଁ ନେଉନାହିଁ। ରବିବାର ସରକାର ଗଠନ କରିବାକୁ ଭାଜପା ମନା କରିବା ପରେ ସୋମବାର ଶିବସେନା ନେତା ସଞ୍ଜୟ ରାଉତ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସରକାର ଗଠନ କରିବାକୁ ମନା କରିବା ଭାଜପାର ଅହଂକାର। ଆଉ ଏହି ଅହଂକାର ମହାରାଷ୍ଟ୍ର ଜନତାଙ୍କ ପାଇଁ ଅପମାନ। ଭାଜପା ଯଦି ଶିବସେନା ସହ ୫୦-୫୦ ଅଙ୍କକୁ ନେଇ ସହମତି ପ୍ରକାଶ କରି ଥାଆନ୍ତା ତେବେ ଆଜି ଏଭଳି ପରିସ୍ଥିତି ହୋଇ ନ ଥାଆନ୍ତା। ଅନ୍ୟପଟେ ଏନ୍‌ସିପି ଓ କେଂଗ୍ରେସ ସହ ମିଶି ଏବେ ଶିବସେନା ସରକାର ଗଠନ କରିବାକୁ ପାଗ ଭିଡୁଥିବା ଜଣାପଡିଛି।

Share