Categories: ଜାତୀୟ

ଭାଜପାରେ ସାମିଲ ହେଲେ ତେଲୁଗୁ ଅଭିନେତ୍ରୀ ବିଜୟା ଶାନ୍ତି

ନୂଆଦିଲ୍ଲୀ,୭।୧୨-ଭାଜପାରେ ସାମିଲ ହେଲେ ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି। ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ରବିବାର ସାରେ ସାକ୍ଷାତ କରିଥିଲେ।
ସୂଚନାଯୋଗ୍ୟ, ବିଜୟା ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ କିଛି ମାସ ହେବ କଂଗ୍ରେସ ଦଳର କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମରେ ସେ ସକ୍ରିୟ ନ ଥିଲେ।

Share