Categories: ଜାତୀୟ

ଭାଜପାରେ ଯୋଗ ଦେବାର ଯୋଜନା ନାହିଁ: ଅଳ୍ପେଶ ଠାକୁର

ଅହମ୍ମଦାବାଦ,୨୮।୫: ଗୁଜରାଟ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। ହେଲେ ସେ ଏବେ ଭାଜପାରେ ଯୋଗ ଦେବାର କୌଣସି ଯୋଜନା ନ ଥିବା ପ୍ରକାଶ କରିଛନ୍ତି। ଯଦିଓ ସେ ଭାଜପା ନେତାମାନଙ୍କ ସହ ସମ୍ପର୍କରେ ଅଛନ୍ତି ତେବେବି ଭାଜପାରେ ଯୋଗ ଦେବା କଥା ଚିନ୍ତା କରି ନ ଥିବା କହିଛନ୍ତି।

Share