Categories: ଜାତୀୟ

ଭାଜପାରେ ଯୋଗଦେଲେ ୫୦ ଟିଡିପି ନେତା

ହାଇଦ୍ରାବାଦ,୨୦ା୮: ତେଲେଙ୍ଗାନାରେ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୫୦ରୁ ଊର୍ଦ୍ଧ୍ୱ ନେତା ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ସ୍ଥାନୀୟ ନେତା। ଏହା ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ଲାଗି ଶକ୍ତ ଧକ୍କା ସଦୃଶ ହୋଇଛି। କେତେକ କଂଗ୍ରେସ ନେତା ମଧ୍ୟ ଭାଜପାରେ ଯୋଗ ଦେଇଥିବା ଜଣାପଡ଼ିଛି। ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)କୁ କଂଗ୍ରେସ ବଦଳରେ ଏବେ ଭାଜପା ଟକ୍କର ଦେବ ବୋଲି କୁହାଯାଉଛି। ଭାଜପାର ଜାତୀୟ କାର୍ଯ୍ୟକାରୀ ସଭାପତି ଜେ,ପି,ନଡ୍ଡାଙ୍କ ଉପସ୍ଥିତିରେ ସୋମବାର ପ୍ରାୟ ୭୦ ନେତା ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପାକୁ ତେଲେଙ୍ଗାନାରେ ୪, କଂଗ୍ରେସକୁ ୩ ଓ ଟିଆର୍‌ଏସ୍‌କୁ ୯ ଲୋକ ସଭା ଆସନ ମିଳିଥିଲା।

Share