Categories: ଜାତୀୟ

ଭାଜପାରେ ଯୋଗଦେଲେ କଂଗ୍ରେସ-ଏନସିପି ବିଧାୟକ ଓ ବହୁ ସମର୍ଥକ

ମୁମ୍ବାଇ,୩୧।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ବୁଧବାର ସେମାନଙ୍କ ସମର୍ଥକଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌, ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‌ ଏବଂ ମୁମ୍ବାଇ ଭାଜପା ମୁଖ୍ୟ ମଙ୍ଗଳ ପ୍ରଭାତ ଲୋଧାଙ୍କ ଉପସ୍ଥିିତିରେ ସେମାନେ ଭାଜପାରେ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର କାଳିଦାସ କୋଲମ୍ବକର, ଏନସିପିର ସନ୍ଦୀପ୍‌ ନାଇକ୍‌, ବୈଭବ ପିଚାଡ୍‌, ଶିବେନ୍ଦ୍ର ରାଜେ ଭୋଂସ୍‌ଲେ ପ୍ରମୁଖ ରହିଛନ୍ତି।

Share