Categories: ଜାତୀୟ

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଉପସ୍ଥିତ ଥିଲେ। ପର୍ନୋ ମିତ୍ର, ଋଷି କୌଶିକ୍‌, କାଞ୍ଚନ ମୈତ୍ର, ରୁପାଞ୍ଜନା ମିତ୍ର, ବିଶ୍ୱଜିତ ଗାଙ୍ଗୁଲି ସମେତ ସମସ୍ତ କଳାକାରଙ୍କୁ ଦଳକୁ ସ୍ବାଗତ କରିବା ଅବସରରେ ଦିଲୀପ କହିଥିଲେ, ପଶ୍ଚିମବଙ୍ଗର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଲୋକ ସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରୁ ଅନେକ ଟିଏମ୍‌ସି, ସିପିଏମ୍‌ ଏବଂ କଂଗ୍ରେସ ନେତା ଭାଜପାରେ ଯୋଗଦେଲେଣି।

Share