ଭାଜପାରେ ପାଦ ଦେଉ ଦେଉ ବଢିଲା ଦୁଷ୍ୟନ୍ତଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଜନନାୟକ ଜନତା ପାର୍ଟି(ଜେଜେପି) ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି। କାରଣ ହରିୟାଣାର ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟା ଗରିଷ୍ଠତାଠାରୁ ୬ ଆସନ ପଛରେ ଥିବା ବେଳେ ଏବେ ଜେଜେପିକୁ ସାଥୀ କରିଛି। ଆଉ ପ୍ରଥମ କରି ବିଧାନସଭା ନିର୍ବାଚନରେ ତୃତୀୟ ବୃହତ୍ତମ ଦଳ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଜେଜେପି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଶୁଣିବାକୁ ମିଳିଛି କି ଭାଜପା ସହ ମେଣ୍ଟ କରୁକରୁ ଜେଜେପିର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ହରିୟାଣାର ସିରସା ଓ ହିସାରରେ ଥିବା ତାଙ୍କ ଘରେ ଏବେ ସୁରକ୍ଷା ବଢାଇ ଦିଆଯାଇଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Share