Categories: ଜାତୀୟ

ଭାଜପାରେ କେହି ନାହାନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍‌। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟରେ କଥା କଟାକଟି ଶେଷ ହୋଇନାହିଁ। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଭାଜପାରେ କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି। ଏହା ଭାଜପା ସ୍ବୀକାର କରୁଛି। କାରଣ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହୁଛନ୍ତି, ମୋତେ ଭୋଟ ଦିଅ ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରିବି। ଶାହିନ ବାଗକୁ ନେଇ ଶାହାଙ୍କ ସହ ତର୍କ କରିବାକୁ କେଜରିଓ୍ବାଲ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୮ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୧ରେ ଏହାର ଫଳାଫଳ ଘୋଷଣା କରାଯିବ।

Share