Categories: ଜାତୀୟ

ଭାଜପାକୁ ଟାର୍ଗେଟ କଲେ ଆଦିତ୍ୟ

ମୁମ୍ବାଇ,୧୯।୧୨: ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବିଧାନସଭାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପଙ୍କ ଥିଲେ ପଦ୍ମ ଫୁଟେ। ହେଲେ ଏବେ ଆଉ ପଙ୍କ ନାହିଁ ତେଣୁ ପଦ୍ମ ଫୁଟିବା କଥା ଭାଜପା ଭୁଲିଯାଉ ବୋଲି ସେ କହିଛନ୍ତି। ବିଧାସଭାରେ ପ୍ରାୟ ୧୧ ମିନିଟ୍‌ କାଳ ବିଭିନ୍ନ ବିଷୟକୁ ନେଇ ଆଦିତ୍ୟ ତାଙ୍କ ମତ ରଖିଥିବା ବେଳେ କହିଛନ୍ତି ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ମଧ୍ୟରେ ଭାଜପା ପ୍ରବେଶ କରିବାର ପ୍ରଶ୍ନ ଉଠୁ ନାହିଁ। ତେଣୁ ଏବେ ଆଉ ପଙ୍କ ନାହିଁ କି ପଦ୍ମ ମଧ୍ୟ ଫୁଟିବ ନାହିଁ।

Share