Categories: ଜାତୀୟ

ଭାଜପାକୁ ଗାଦିଚ୍ୟୁତ କରିବାକୁ ସବୁ ଦଳ ଏକାଠି ହୁଅନ୍ତୁ: ରଘୁବଂଶ ପ୍ରସାଦ

ପାଟନା,୫।୧: ବିହାରରେ ଚଳିତବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଛାଡ଼ଖଣ୍ଡ ଭଳି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗାଦିଚ୍ୟୁତ କରିବାକୁ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ତା’ର ପୂରୁଣା ସହଯୋଗୀଙ୍କ ସହ ହାତ ମିଳାଇବାକୁ ଚାହୁଁଛି। ଏହାର ସଙ୍କେତ ଦେଇଛନ୍ତି ବରିଷ୍ଠ ଆର୍‌ଜେଡି ନେତା ରଘୁବଂଶ ପ୍ରସାଦ ସିଂ। ରବିବାର ସେ କହିଛନ୍ତି ଭାଜପାକୁ ଗାଦିଚ୍ୟୁତ କରିବାକୁ ଅନ୍ୟଦଳମାନେ ଏବେ ଏକାଠି ହୁଅନ୍ତୁ। ସେ କହିଛନ୍ତି ସେ ନୀତୀଶ କୁମାରଙ୍କ ଦଳ ହୁଅନ୍ତୁ ଅବା ଏ,ବି,ସି,ଡି ଯେ କୌଣସି ଦଳ ଏଥିରେ ପସନ୍ଦ କରିବାର ନାହିଁ କି ବାଛିବାର ନାହିଁ। ସବୁଦଳ ଏକାଠି ହୋଇ ଭାଜପାକୁ ଗାଦିଚ୍ୟୁତ କରିବା ଦରକାର ବୋଲି ସେ ମତ ଦେଇଛନ୍ତି।

Share