Categories: ଜାତୀୟ

ଭାଙ୍ଗି ପଡିଲା ଫୁଟ୍‌ ଓଭର ବ୍ରିଜ୍‌

ଭୋପାଳ,୧୩।୨: ମଧ୍ୟପ୍ରଦେଶ ଭୋପାଳ ରେଲଓ୍ବେ ଷ୍ଟେଶନର ଫୁଟ୍‌ ଓଭର ବ୍ରିଜ୍‌ ଗୁରୁବାର ସକାଳେ ଭୂଷୁଡି ପଡିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ଲାଟ ଫର୍ମ ନମ୍ବର ୩ରେ ହୋଇଥିବା ଏହି ଦୁର୍ଘଟଣା ପରେ ଉକ୍ତ ଷ୍ଟେଶନରେ ଲୋକେ ଭୟଭୀତ ହୋଇପଡି ଏଣେତେଣେ ଦୌଡିବାକୁ ଲାଗିଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଶ ଗୋୟଲ ଭୋପାଳ ଷ୍ଟେଶନର କିଛି ଫଟୋ ଶେୟାର କରିଥିଲେ। ଯାହା ଷ୍ଟେଶନର ସୌନ୍ଦର୍ଯ୍ୟକୁ ଦର୍ଶାଉଥିଲା। ଏବେ ଏହାର ଫୁଟ୍‌ ଓଭର ବ୍ରିଜ୍‌ ଖସି ପଡିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ମୁମ୍ବାଇର ଏକ ରେଲଓ୍ବେ ଷ୍ଟେଶନ ଓଭର ବ୍ରିଜ୍‌ ଭୁଷୁଡି ପଡିଥିଲା।

Share