Categories: ଜାତୀୟ

ଭାଙ୍ଗିଲା ଡ୍ୟାମ:୬ ମୃତ, ୧୭ ନିଖୋଜ

ମୁମ୍ବାଇ, ୩।୭: ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ରତ୍ନଗିରିର ତିଓ୍ବାରେ ଡ୍ୟାମ୍‌ ଭାଙ୍ଗିଯାଇଛି। ଫଳରେ ୬ ଲୋକଙ୍କ ମୃତ ହେବା ସହ ୧୭ ଜଣ ନିଖୋଜ ଅଛନ୍ତି। ଏହି ଡ୍ୟାମ ପାର୍ଶ୍ୱରେ ଥିବା ୭ଟି ଗାଁରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନଯୋଗ୍ୟ, ଗତ ତିନିଦିନ ହେଲା ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ଡ୍ୟାମରେ ଜଳସ୍ତର ବଢିଯାଇଥିଲା। ଫଳରେ ଡ୍ୟାମଟ ଭାଙ୍ଗି ଯାଇଥିଲା। ଡ୍ୟାମ ପାଖରେ ଥିବା ୧୨ଟି ଘର ସମ୍ପୂର୍ଣ୍ଣ ପାଣିରେ ବୁଡିଯାଇଛି।

Share