ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩
ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଉ ନ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସାରା ରାଜ୍ୟର ଜନ ସାଧାରଣ ଅନୁପାତ ଅନୁସାରେ ୧ ଲକ୍ଷରେ ୧୦ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି ା କିଡ୍‌ନୀ ରୋଗର ଚିକିତ୍ସା ନିମନ୍ତେ ନେଫ୍ରଲୋଜି ବିଭାଗ ରହିଥାଏ ା କିନ୍ତୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ନେଫ୍ରଲୋଜି ବିଭାଗ ସହ ଏହାର ବିଶେଷଜ୍ଞ ନ ଥିବା ଜଣାପଡ଼ିଛି ା ଏଠାରେ ଡାଏଲିସିସ୍‌ର ସୁବିଧା ରହିଛି ା ୨୦୧୮ ସେପ୍ଟେମ୍ବର ୧୧ ତାରିଖରୁ ୩ ଟି ଡାଏଲିସିସ୍‌ ଯନ୍ତ୍ର ସ୍ଥାପନ କରାଯାଇଥିଲା ା ରାଜ୍ୟ ସଭା ସଦସ୍ୟ ଏନ ଭାସ୍କର ରାଓ ଏହାର ଶୁଭାରମ୍ଭ କରିଥିଲେ ା ରୋଗୀ ରାଜ୍ୟ କିମ୍ବା ରାଜ୍ୟ ବାହାରର ଅନ୍ୟ ଚିକିତ୍ସାଳୟରେ ଡାଏଲିସିସ୍‌ କରୁଥିଲେ ା ଏଠାରେ ଏହାର ସୁବିଧା ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ ସେବା ନିୟମିତ ଭାବେ ୩ ଟି ମେଶିନ ଦ୍ୱାରା ଯୋଗାଇ ଦିଆଯାଉଛି ା ପ୍ରତ୍ୟକ ଦିନ ପ୍ରାୟ ୬ ଟି ନେଗେଟିଭ ଓ ୩ ଟି ପଜିଟିଭ କେସର ଡାଏଲିସିସ୍‌ କରାଯାଉଛି ା କିନ୍ତୁ ମେଶିନ ଅଭାବରୁ ୧୫ କୀଡ଼ନୀ ରୋଗୀ ଡାଏଲିସିସ୍‌ ଅଭାବରୁ ଭାଗ୍ୟ କୁୂ ଆଦରି ରହିଛନ୍ତି ା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଜିଲାରେ ଅଧିକ ରହିଛି ା ଚିକିତ୍ସାଳୟରେ ଏହି ସୁବିଧା ନ ପାଇ ସେମାନେ ଅନ୍ୟ ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଜଣାଯାଇଛି ା ଏ ନେଇ ସିଡ଼ିଏମଓ ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ, ଜିଲାରେ କୀଡ଼ନୀ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆହୁରି ୨ ଟି ମେଶିନ ଯୋଗାଇ ଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଜଣାଯାଇଛି ା ମାର୍ଚ୍ଚ ସୁଦ୍ଧା ୨ ଟି ମେଶିନ ଆସିବାର ସମ୍ଭାବନା ଥିବା କହିଛନ୍ତି ା