Categories: ଅନୁଗୋଳ

ଭାଗବତ ଟୁଙ୍ଗି ନିର୍ମାଣ କଲେ ମହିଳା

ବନ୍ତଳା, ୯।୭ (ଡି.ଏନ୍‌.ଏ.) ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ପାଞ୍ଜିଆସାହି ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହୋଇଛି। ଗ୍ରାମ୍ୟ ମହିଳା ପରିଚାଳନା କମିଟି ସଦସ୍ୟାମାନେ ଗ୍ରାମରେ ଏକ ଭାଗବତ ଟୁଙ୍ଗି ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ସେହି ଟୁଙ୍ଗିରେ ଦୈନିକ ଭାଗବତ ପାଠ କରାଯାଇ ଗଁାରେ ଏକତା, ଭାଇଚାରା ବଢ଼ାଇବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ଗତ ୪ ତାରିଖ ରଥଯାତ୍ରା ଦିନ ଏହି ଭାଗବତ ଟୁଙ୍ଗି ନିର୍ମାଣ କରାଯାଇଥିଲା। ପଡ଼ୋଶୀ ଗ୍ରାମ ଦଳବେହେରା ସାହିରୁ ନାମ ସଂକୀର୍ତ୍ତନ ମଣ୍ଡଳୀ ଟୁଙ୍ଗିରେ ସଂକୀର୍ତ୍ତନ କରିଥିଲେ। ଏଠାରେ ଏକ ପକ୍କା ଘର ନିର୍ମାଣ କରିବାକୁ ଖୁବ୍‌ଶୀଘ୍ର ଜିଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ମହିଳା ପରିଚାଳନା କମିଟି ସଭାନେତ୍ରୀ ସୁନିତା ଦଳବେହେରା ପ୍ରକାଶ କରିଛନ୍ତି।