ଭାଇ ଭଉଣୀଙ୍କ ସହ ନନ୍ଦିଘୋଷରେ ଯାଆନ୍ତି ଜଗନ୍ନାଥ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ରହିଛି ନିବିଡ ସମ୍ପର୍କ ।
ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାରେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ଛାପ ପ୍ରତିଫଳିତ ହୋଇଥାଏ । ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇଥିବା ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା ମାଉସୀମା’ ମନ୍ଦିରକୁ ଯାତ୍ରା କରନ୍ତି । ୧୬ ଚକ ବିଶିଷ୍ଟ ଶ୍ରୀବଳଦେବ ଜୀଉଙ୍କ ଏହି ରଥର ଉଚ୍ଚତା ୭୨ ଫୁଟ । ଏହି ରଥକୁ ଶାଳକାଠ ବ୍ୟତୀତ ଧଉରା, ଗମ୍ଭାରି, ଶିମିଳି, ବାଉଁଶ, ଜାମୁ ଆଦି କାଠରେ ନିର୍ମାଣ କରାଯାଇଥାଏ । ରଥ ଟାଣିବା ପାଇଁ ଭୂୟାଁ ଓ ଜୁଆଙ୍ଗମାନଙ୍କ ଦ୍ୱାରା ପ୍ରସ୍ତୁତ ଶିଆଳି ଲତାର ଦଉଡି ବ୍ୟବହାର ହେଉଥିଲା । ଏବେ ଶିଆଳିି ଦଉଡି ପ୍ରସ୍ତୁତ ସମୟସାପେକ୍ଷ ଓ ବ୍ୟୟବହୁଳ ହେଉଥିବାରୁ ଏହା ସହିତ ନଡିଆ କତା ଓ ପ୍ଲାଷ୍ଟିକ ଦଉଡି ବ୍ୟବହାର କରାଯାଉଛି ।
୧୬୬୧ ମସିହାରେ କେନ୍ଦୁଝର ରାଜ୍ୟର ତତ୍କାଳୀନ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜଦେବ ସ୍ବପ୍ନାଦେଶ ପାଇ ନଦୀ ପଠାରୁ ଶ୍ରୀବଳଦେବ ଜୀଉଙ୍କୁ ଆଣି ଏକ ମନ୍ଦିର ନିର୍ମାଣ କରି ସ୍ଥାପନ କଲେ । ସେହିଦିନଠାରୁ ରଥଯାତ୍ରା ପାଳନ ହୋଇଆସୁଛି। ଆଗରୁ ରଥଯାତ୍ରା ସମୟରେ ବଣପାହାଡରୁ ଆଦିବାସୀମାନେ ଆସି ଏଥିରେ ସାମିଲ ହୋଇଥାନ୍ତି ।
ରଥ ଟାଣିବା ସହ ୯ ଦିନ ବ୍ୟାପୀ ବଡ଼ଦାଣ୍ଡରେ ନାଚଗୀତ କରି ରାତି କଟାନ୍ତି ଆଉ ବାହୁଡ଼ା ପରେ ଫେରନ୍ତି।
ତତ୍କାଳୀନ କେନ୍ଦୁଝର ରାଜ୍ୟରେ ରାଜରାଜୁଡା ଶାସନର ଆରମ୍ଭ କରିଥିବା ଭୂୟାଁମାନେ ସୁଶାସନ ପାଇଁ ଜିଲାର ରାଜପୁତ୍ରଙ୍କୁ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟରୁ ଚୋରାଇଆଣି ଏଠାରେ ଲୁଚାଇ ରଖି ବଡ଼ ହେବା ପରେ ସେମାନଙ୍କୁ ସିଂହାସନରେ ଅଧିଷ୍ଠିତ କରନ୍ତି। ଏଣୁ ରାଜରାଜୁଡା ଶାସନ ବେଳେ ଜିଲାର ପୁରାତନ ଜନଜାତି ଭୂୟାଁ ଓ ଜୁଆଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲା । ସେ ସମୟରେ ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ବିଭିନ୍ନ ପ୍ରକାରର ହାତବୁଣା ଧଡିଲଗା ବସ୍ତ୍ର, ରୁଞ୍ଜ ଓ ପୋହଳା ମାଳ,ଖଡୁ,ବାଙ୍କିଆ,କୋଳା ଆଦି ପିନ୍ଧି ରଥଯାତ୍ରାରେ ସମାଗମ ହେଉଥିଲେ । ରାତି ତମାମ ଖୁସିରେ ବଡଦାଣ୍ଡରେ ନାଚଗୀତ କରି କଟାଉଥିଲେ । ଧାଙ୍ଗଡା ଓ ଧାଙ୍ଗଡି ଦଳ ଦଳ ହୋଇ ଅଣ୍ଟାକୁ ଅଣ୍ଟା ଧରି ପାରମ୍ପରିକ ଗୀତ ଗାଇ ଚାଙ୍ଗୁ ଓ ମାଦଳ ବାଦ୍ୟର ତାଳେ ତାଳେ ନାଚ କରୁଥିଲେ ।
ସେମାନେ ଜଙ୍ଗଲ ଓ ପାହାଡରୁ ସଂଗୃହୀତ ଫଳ, ଫୁଲ, କୀଟ ପତଙ୍ଗ, ପନିପରିବା ଆଦି ଆଣି ବଡ଼ଦାଣ୍ଡରେ ବିକ୍ରିବଟା କରୁଥିଲେ ା ଆଉ ଏବେ ସେସବୁ ଆଦିବାସୀ ପରମ୍ପରା ଓ ସଂସ୍କୃତି ରଥଯାତ୍ରାରେ ପରିଲକ୍ଷିତ ହୋଇପାରୁନାହିଁ ।
ସମୟରେ ଆଦିବାସୀଙ୍କ ପାରମ୍ପରିକ ଝିଙ୍କା ବିବାହ ଅନୁଷ୍ଠିତ ହୋଇଥାଏ ।
ଏହି ପ୍ରଥାରେ ସେମାନେ ନିଜପାଇଁ କନ୍ୟା ପସନ୍ଦ କରିଥାନ୍ତି ଏବଂ ପସନ୍ଦ ମୁତାବକ କନ୍ୟା ମୁଣ୍ଡରେ ସିନ୍ଦୂର ଲଗାଇ ଟାଣି ନିଅନ୍ତି ବା ଝିଙ୍କି ନିଅନ୍ତି । ତା’ ପରେ କନ୍ୟା ସଦସ୍ୟମାନେ ନୀତି ନିୟମ ମୁତାବକ ଗୋଡାଇ ଛଡାଇବାକୁ ଚେଷ୍ଟା କରିଥାନ୍ତି । ଏଭଳି ବହୁ ଆଦିବାସୀ ପରମ୍ପରା ହଜି ଗଲାଣି ବୋଲି ଗବେଷକ ଡ. ବିମ୍ବାଧର ବେହେରା କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri