ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ’ର ପ୍ରମୋଶନ ପାଇଁ ଯାଇଥିବା ବେଳେ ଏକ ବ୍ଲୁ କଲର ଗାଉନ୍‌ ସହ ଖୋଲା କେଶରେ ବେଶ୍‌ ହଟ୍‌ ଲାଗୁଥିଲେ। ଆଉ ସେହି ସମୟର ଏକ ଭିଡିଓ ଏବେ ୟଙ୍ଗଷ୍ଟରଙ୍କୁ ଦିଓ୍ବାନା କରିଛି ବୋଲି କୁହାଯାଉଛି। କାରଣ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଯେଉଁ ପରିମାଣରେ ଭାଇରାଲ ହେଉଛି ତାହା ଯେ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଛି ତାହା ସହଜରେ ଅନୁମାନ କରାଯାଉଛି। ଏହି ଭିଡିଓଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଅପଲୋଡ ହେବା ପରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଏବେ ହଜାରରୁ ଊର୍ଦ୍ଧ୍ୱ ଥର ଶେୟାର କରାଯାଇଥିବା ଜଣାପଡିଛି।

Share