‘ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ’

ନୂଆଦିଲ୍ଲୀ,୯ା୫(ଆଇଏଏନ୍‌ଏସ୍‌): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ଛୁଇଁବା ପରେ ଆମକୁ କରୋନା ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ ଏବଂ ଏହା ଏକ ସହଜ ଯୁଦ୍ଧ ନୁହେଁ ବୋଲି ଶୁକ୍ରବାର କେନ୍ଦ୍ର ସରକାର ମାନିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, କରୋନା ବିରୋଧରେ ଚାଲିଥିବା ଲଢ଼େଇ ଏକ କଠିନ ଯୁଦ୍ଧ। ଏଥିରେ ବିଜୟୀ ହେବାକୁ ହେଲେ ସମସ୍ତଙ୍କ ସହଯୋଗ ଜରୁରୀ। ତେବେ ଆମକୁ ଏହି ଘାତକ ଭୂତାଣୁ ସହ ରହିବା ପାଇଁ ଶିଖିବାକୁ ପଡ଼ିବ। ଏହାସହ ସାମାଜିକ ଦୂରତ୍ୱ ଅଭ୍ୟାସକୁ କାର୍ଯ୍ୟକାରୀ କରିବାରେ କେତେକ ବ୍ୟବହାରିକ ପରିବର୍ତ୍ତନ ମଧ୍ୟ ଦରକାର। ବିଗତ ୨୪ ଘଣ୍ଟା ମଧ୍ୟରେ ୩,୯୯୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ କରୋନା ୧୦୩ ଜଣଙ୍କ ଜୀବନ ନେଇଛି। ଏହି ପରିପ୍ରେକ୍ଷୀରେ ସେ ଉପରୋକ୍ତ ପରାମର୍ଶ ଦେଇଛନ୍ତି।

Share