ଭାଇଜାନ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ସଲମାନଙ୍କୁ ମିଳିଛି ହତ୍ୟା ଧମକ୍‌। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଆସନ୍ତା ଶୁକ୍ରବାର ଅର୍ଥାତ ୨୭ ସେପ୍ଟେମ୍ବରରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ସେସନ୍‌ ଓ ଜିଲା କୋର୍ଟରେ ହାଜର ହେବେ। ତେବେ ଶୁଣାଣି ପୂର୍ବରୁ ଭାଇଜାନଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ୍‌ ମିଳିଛି। ଏନେଇ ଯୋଧପୁର ପୋଲିସର ଚିନ୍ତା ବଢ଼ିଥିବାବେଳେ ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇଦିଆଯାଇଛି। ଗେରୀ ଶୁଟର ନାମରେ ଏକ ଫେସବୁକ୍‌ ଆକାଉଣ୍ଟରୁ ଏକ ଧମକ୍‌ ପୂର୍ଣ୍ଣ ପୋଷ୍ଟ କରାଯାଇଛି। ସୋପୁ ଗ୍ରୁପ୍‌ ନାମକ ଏକ ଫେସବୁକ୍‌ ଗ୍ରୁପ୍‌ରେ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ଆକାଉଣ୍ଟଧାରୀ ସଲମାନଙ୍କୁ ଧମକ୍‌ ଦେଇ ଲେଖିଛନ୍ତି, ଭାରତୀୟ ଆଇନ ବ୍ୟବସ୍ଥାରୁ ତୁମେ ମୁକୁଳିଯାଇପାରିବ ସଲମାନ୍‌ କିନ୍ତୁ ବିଷ୍ଣୋୟୀ ସମାଜର ଆଇନ ହାତରୁୁ ଖସିଯାଇପାରିବ ନାହିଁ। ସୋପୁ ସମାଜର ଆଇନ ଅନୁସାରେ ତୁମେ ଦୋଷୀ ସାବ୍ୟସ୍ତ ହୋଇସାରିଛ ଏବଂ ତୁମକୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି। ଏଭଳି ଧମକ୍‌ ମିଳିବା ପରେ ଯୋଧପୁର ପୋଲିସ ସଲମାନଙ୍କ ସୁରକ୍ଷା କଡ଼ାକଡ଼ି କରିବାକୁ ଚିନ୍ତା କରୁଥିବାବେଳେ କୌଣସି ପ୍ରତିକ୍ରିୟା ଦେଇନି।

Share