ଭାଇଚାରାର ବାର୍ତ୍ତା ନେଇ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଲେ

ଅଜମେର,୧୯।୧: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଭାଇଚାରା ଜାରି ରଖିବା ପାଇଁ ଅଜମେରର ସୁଫିଆ ଖାଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ସୁଫିଆ ୧୦୦ ଦିନରେ ୪ ହଜାର ୩୫ କିମି ଦୌଡ଼ିବା ଲାଗି ଯୋଜନା କରିଥିଲେ। ତେବେ ୮୭ ଦିନରେ ସେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଥିଲେ। ଏହି ଯାତ୍ରା ସମୟରେ ସେ ଦେଶର ୨୨ଟି ରାଜ୍ୟର ବିଭିନ୍ନ ସହର ମଧ୍ୟ ଦେଇ ଯାଇଥିଲେ। ପ୍ରତି ସହରରେ ସୁଫିଆ ଭାଇଚାରାର ବାର୍ତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ସୁଫିଆଙ୍କ ‘ରନ୍‌ ଫର୍‌ ହୋପ୍‌’ ଯାତ୍ରାକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ। ଏବେ ସୁଫିଆଙ୍କ ଏହି ଭାଇଚାରା ପାଇଁ ଦୌଡ଼ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୁଫିଆ ପୂର୍ବରୁ ଏକ ଏୟାର ଲାଇନ୍ସ୍‌ କମ୍ପାନୀରେ ଚାକିରି କରୁଥିଲେ। ତେବେ ଦୌଡ଼ ପ୍ରତି ଥିବା ନିଜର ଭଲ ପାଇବା ଯୋଗୁ ସେ ଚାକିରି ମଧ୍ୟ ଛାଡ଼ି ଦେଇଛନ୍ତି।

Share