ଭର୍ତ୍ତୃହରିଙ୍କ ବାଗ୍‌ଦାଦ୍‌ ଯାତ୍ରା:ଏସିଆନ୍‌ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବେ

ନୂଆଦିଲ୍ଲୀ: ଇରାକର ରାଜଧାନୀ ବାଗ୍‌ଦାଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବା ଲାଗି ଭାରତ ପକ୍ଷରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ମଙ୍ଗଳବାର ସେଠାକୁ ଯାତ୍ରା କରିଛନ୍ତି। ଉକ୍ତ ୩ଦିନିଆ ସମ୍ମିଳନୀରେ ଭର୍ତ୍ତୃହରି ଭାରତର ଦୃଷ୍ଟିକୋଣ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିବେ। ଉଲ୍ଲେଖଯୋଗ୍ୟ, ଭର୍ତ୍ତୃହରି ପୂର୍ବରୁ କ୍ରମାଗତ ଏହି ଏସିଆନ ପାର୍ଲାମେଣ୍ଟାରୀ ଆସେମ୍ବ୍ଲି ସମ୍ମିଳନୀରେ ଭାରତରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ଗତବର୍ଷ ତୁର୍କୀର ରାଜଧାନୀ ଇସ୍ତାନବୁଲ୍‌ ଏବଂ ତା’ ପୂର୍ବରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ଅନୁଷ୍ଠିତ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ। କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ପକ୍ଷରୁ ବିଭିନ୍ନ ମଞ୍ଚରେ ଉଠାଯାଉଥିବାରୁ ଏଥର ବାଗ୍‌ଦାଦ୍‌ ସମ୍ମିଳନୀରେ ଭାରତ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯିବ ବୋଲି ଜଣାପଡ଼ିଛି।

Share