ଭର୍ଜିନିଆ ମ୍ୟୁନିସ୍‌ପାଲ ବିଲ୍ଡିଂରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ବ୍ୟକ୍ତି: ୧୧ ମୃତ

ଭର୍ଜିନିଆ,୧।୬: ଆମେରିକା ଭର୍ଜିନିଆରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥବରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ମ୍ୟୁନିସ୍‌ପାଲ ବିଲ୍ଡିଂରେ ଜଣେ ଅଜଣାବ୍ୟକ୍ତି ପଶି ଏଭଳି କାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି। ସେ ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ପୋଲିସ କିହିଛି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗୁଳି ଲାଗିଥିବା କୁହାଯାଉଛି। ତେବେ ସେ କାହିଁକି ଏଭଳି କରିଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Share