Categories: ଖେଳ

ଭାରତର ପ୍ରଥମେ ବ୍ୟାଟିଂ

ମୁମ୍ବାଇ,୧୧୧୨- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓ୍ବେଷ୍ଟଇଣ୍ଡିଜ ଅଧତ୍ନାୟକ କିରନ ପୋଲାର୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଦୁଇ ପରିବର୍ତ୍ତନ ହୋଇଛି । ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ ବାଦ୍ ପଡ଼ିଛନ୍ତି। ଏମାନଙ୍କ ବଳଦରେ ସ୍ଥାନ ପାଇଛନ୍ତିମହମ୍ମଦ ଶାମି ଓ କୁଲଦୀପ ଯାଦବ। ଗତ ସିରିଜ୍ ଭଳି ଚଳିତ ଥର ମଧ୍ୟ ସଞ୍ଜୁ ସାମସନଙ୍କୁ କୌଣସି ସୁଯୋଗ ମିଳି ନାହିଁ।

Share