ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଏକାଦଶତମ ଦିବସ: ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୬।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ବୁଧବାର ଏକାଦଶତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଗୋଟାଏ ଲେଖାଏଁ ଗୋଲ ଦେବା ଫଳରେ ମ୍ୟାଚ୍‌ ଡ୍ର ହୋଇଥିଲା। ମ୍ୟାଚ୍‌ରେ ଅତିଥି ଭାବେ ପୂର୍ବତନ ଫୁଟବଲ କ୍ରିଡାବିତ୍‌ ସନତ କୁମାର ମହାପାତ୍ର, ଜିତେନ୍ଦ୍ର କୁମାର ରଥ, ରଞ୍ଜନ ଦାସ, ପି.ଭି ରାଓ, ଅଶୋକ ବାଗ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥାର ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ।