ଭବାନୀପାଟଣାରେ ଭାରତବନ୍ଦର ପ୍ରଭାବ

ଭବାନୀପାଟଣା,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। ଜିଲାର ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି। ଏଣୁ ସାଧାରଣ ଲୋକେ ଓ ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।