ଭବାନୀପାଟଣା,୨୬।୬(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍ ରୁମ୍ ତାଲିମ କେନ୍ଦ୍ର ଖୋଲିବ। ଏ ନେଇ ଏମ୍ଏସ୍ଏମ୍ଇ ବିଭାଗର ଏକ ଟିମ୍ ଏମ୍କେ ଶତପଥୀଙ୍କ ନେତୃତ୍ୱରେ ଭବାନୀପାଟଣା ଗସ୍ତକରି ଏହି ତାଲିମ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିବାକୁ ସରକାରୀ ପଲିଟେକ୍ନିକ୍ କଲେଜ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳ ସହ ଓଡ଼ିଶା ବୈଷୟିକ ତାଲିମ୍ ଓ ଶିକ୍ଷା ନିର୍ଦ୍ଦେଶାଳୟର ଡେପୁଟି ନିର୍ଦ୍ଦେଶକ ଅଜୟ ପଣ୍ଡା ଗତ ମଙ୍ଗଳବାର ପ୍ରଥମେ ସରକାରୀ ଆଇଟିଆଇ ପରିଦର୍ଶନ କରି ପ୍ରସ୍ତାବିତ ତାଲିମ କେନ୍ଦ୍ର ଖୋଲିବାକୁ ଭିତ୍ତିଭୂମି ଯାଞ୍ଚ କରିଥିଲେ। ବୁଧବାର ଏହି ପ୍ରତିିନିଧି ଦଳ ବାନ୍ଦୋପଲାଠାରେ ଯାନ୍ତ୍ରିକ କଲେଜର ଭିଭିଭୂମି ଯାଞ୍ଚ କରିବେ ବୋଲି କେନ୍ଦ୍ର ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର ଭୁବନେଶ୍ୱରର ମ୍ୟାନେଜର ଏମ୍କେ ଶତପଥୀ କହିଛନ୍ତି। ଟୁଲ୍ ରୁମ୍ ତାଲିମ୍ କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ପ୍ରାୟ ୯୦ ଶତକଡା ପୂରଣ କରୁଛି ବୋଲି ମ୍ୟାନେଜର ଶତପଥୀ କହିଛନ୍ତି। ଏହା ଜରିଆରେ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ମନ୍ତ୍ରାଳୟ ଆଗ୍ରହୀ ଯୁବପିଢ଼ିଙ୍କୁ ନିଯୁକ୍ତିଭିତ୍ତିକ ଜ୍ଞାନକୌଶଳ ତାଲିମ୍ ପ୍ରଦାନର ସୁବିଧା ଭବାନୀପାଟଣାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଆସନ୍ତା ଶିକ୍ଷାବର୍ଷରୁ ଭବାନୀପାଟଣାରେ ଟୁଲ୍ ରୁମ୍ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଏବଂ ଯୁବତୀ ଯୁବକଙ୍କୁ ତାଲିମ ଦିଆଯିବ।
ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ
ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ
କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…
ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ
ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…
ଭିମ୍ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା
ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…
ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…
ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..
ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…
Archives

