ଭଦ୍ରକ ଷ୍ଟେଶନରେ ଓହ୍ଲାଇବେ ପ୍ରବାସୀ ଓଡ଼ିଆ: ବ୍ୟାପକ ପ୍ରସ୍ତୁତି

ଭଦ୍ରକ ଅଫିସ,୧୧ା୫: ଭଦ୍ରକ ଷ୍ଟେଶନରେ ସୋମବାର ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଆସି ପହଞ୍ଚିବେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ପିଡି ମଧୁସୂଦନ ଦାସଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ପହଞ୍ଚି ଷ୍ଟେଶନ ମାଷ୍ଟର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପ୍ରଶାସନ ପକ୍ଷରୁ ଏନେଇ ସମୟ ନିର୍ଦ୍ଦିଷ୍ଟ ଭାବେ କୁହାଯାଇନାହିଁ କିନ୍ତୁ ଏଠାରେ ବିଭିନ୍ନ ଜିଲାର ପ୍ରବାସୀ ପହଞ୍ଚିବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଏଠାରୁ ନିଜ ନିଜ ଜିଲାକୁ ପଠାଯିବ ବୋଲି କୁହାଯାଇଛି।