ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର,୧୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ବୁଧବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ସହରର ଡ୍ରେନେଜ, ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହିତ ରାଶନ କାର୍ଡ ପ୍ରସ୍ତୁତିରେ ଜାଲିଆତି, ପ୍ରଧାନମନ୍ତ୍ରୀ ଆବାସଗୃହ ପ୍ରଦାନରେ ବିଳମ୍ବ ଆଦି ସମସ୍ୟାର ସମାଧାନ ନେଇ ଏହି ଘେରାଉ କରାଯାଇଛି। ୫ ଶହରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏଥିରେ ବ୍ଲକ କଂଗ୍ରେସ ସଭାପତି ରମେଶ ବଳ, ନଗର କଂଗ୍ରେସ ସଭାପତି ଭକ୍ତରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ।