ଭଦ୍ରକ ଜିଲା ଚିଠି: ସ୍ମାର୍ଟସିଟି ଭେଳିକି

ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରର ମହତାବ ଛକଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଜବରଦଖଲମୁକ୍ତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଜୁଲାଇ ମାସରେ ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱକୁ ଜେସିବି ଲଗାଇ ଜବରଦଖଲମୁକ୍ତ କରାଯାଇଥିଲା। ପରେ ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାଖରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ସ୍ମାର୍ଟସିଟିକୁ ବ୍ୟବସାୟୀମାନେ ସ୍ବାଗତ କରି ନିଜ ଆଡୁ ଦୋକାନ ଭାଙ୍ଗି ଉଠାଇ ନେଇଥିଲେ। ସବୁ ସ୍ତରରୁ ପ୍ରଶାସନକୁ ମିଳିଥିଲା ସହଯୋଗ। ଏବେ ଶତାଧିକ ଦୋକାନୀ ନିଜର ଜୀବିକା ହରାଇ ବସିଛନ୍ତି। ସହର ଭିତ୍ତିଭୂମିର ବିକାଶ ଯୋଜନା ଧିମେଇ ଯାଇଥିବାରୁ ଏ ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ମାର୍ଟସିଟି ଭେଳିକି ବୋଲି କହୁଛନ୍ତି। ଅନ୍ୟପକ୍ଷେ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବା ପ୍ରତିଶ୍ରୁତି କଥାରେ ସୀମିତ ରହିଛି। ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳ ଅନୁନ୍ନତ ଅବହେଳିତ । ସହର ମଧ୍ୟଭାଗ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ପ୍ରଦୂଷିତ ହେବା ସହ କେତେକ ସ୍ଥାନରେ ପୋତିହୋଇ ପଡ଼ିଛି। ସହରର ରାସ୍ତାଘାଟ ଓ ବସ୍ତି ଅଞ୍ଚଳର ଭିତ୍ତିଭୂମି ବିକାଶ ବିନା ସ୍ମାର୍ଟସିଟି ପରିକଳ୍ପନା ଅଧୁରା ହୋଇ ରହିଯିବ। ପ୍ରଶାସନ ଭିତ୍ତିଭୂମି ସଜାଡ଼ିବା ଉଦ୍ୟମ ଆରମ୍ଭ କରି କାହିଁକି ନୀରବି ଯାଇଛି ଜଣାପଡୁ ନାହିଁ। ପ୍ରାଥମିକ ଅବସ୍ଥାରେ ରାଜନୈତିକ ସ୍ତରରେ ଯେଭଳି ତତ୍ପରତା ପ୍ରକାଶ ପାଇଥିଲା ତାହା ଆଉ ଦେଖିବାକୁ ମିଳୁ ନାହିଁ। ଗତ ୪ ମାସ ମଧ୍ୟରେ ରାସ୍ତାର ଗୋଟିଏ ପାଖ ଡ୍ରେନ୍‌ ନିର୍ମାଣ(ମାତ୍ର ଶହେ ମିଟର) କାର୍ଯ୍ୟ ଏଯାଏ ସରିପାରି ନାହିଁ। ଉଚ୍ଛେଦ ହୋଇଥିତ୍ବା ଜାଗାକୁ ଏବେ ଅନ୍ୟ ଉଠାଦୋକାନୀମାନେ ମାଡ଼ି ବସିଛନ୍ତି। ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନେଇ ପ୍ରଶାସନ ସମାଲୋଚନା ଘେରକୁ ଆସିଛି। ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଉଚ୍ଛେଦ କରାଯାଇ ଅନ୍ୟ ପାର୍ଶ୍ୱକୁ ବାଦ୍‌ ଦିଆଯିବା ପଛରେ କ’ଣ କାରଣ ରହିଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ପଛଘୁଞ୍ଚା ସହରକୁ ସ୍ମାର୍ଟସିଟି କରିବା ପରିକଳ୍ପନାରେ ବାଧକ ସାଜିଥିବା ସଚେତନ ନାଗରିକମାନେ କହୁଛନ୍ତି। ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ନିଆଯାଇଥିବା ପଦକ୍ଷେପ ଫସର ଫାଟି ଥିବାରୁ ଏବେକାର ସ୍ମାର୍ଟସିଟି ପରିକଳ୍ପନା ଅଧୁରା ରହିଯିବ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି।
– ବିଭୁପ୍ରସାଦ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri