ଭଦ୍ରକ କାଳୀପୂଜା: ଆରମ୍ଭରୁ ଜମିଲାଣି

ଭଦ୍ରକ, ୧୪।୧୧(ସନାତନ ରାଉତ): ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକର ପରିଚୟ ନିଆରା। ଚରମ୍ପାଠାରେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀଙ୍କ ଘରୋଇ ପୂଜା ଏବେ ଗଣପର୍ବର ରୂପ ନେଇଛି। ଚରମ୍ପାର ପିଡବ୍ଲୁଆଇ କମିଟି ସମେତ ମୁଖ୍ୟ ପୂଜା କମିଟିଗୁଡ଼ିକ ପକ୍ଷରୁ ଏଥର ଶହେ ବର୍ଷ ପାଳନ କରାଯାଉଛି। ଭଦ୍ରକ ସହର ଉତ୍ସବମୁଖର ହୋଇଥିବା ବେଳେ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ରବିବାର ଦୀପାବଳିଠାରୁ ଆରମ୍ଭ ହୋଇଥିବା ବେଳେ ଏବେଠାରୁ ପୂଜା ଜମିଲାଣି। ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଚରମ୍ପା ବଜାରର ସ୍କୁଲ ରୋଡ୍‌ ପୂଜା କମିଟି ପକ୍ଷରୁ ଆର୍‌ସିବିଏଲ୍‌ ସ୍କୁଲ ପରିସର, ନବଗ୍ରହ ମନ୍ଦିର ରୋଡ୍‌ ଏରେଇଁ, ପିଡବ୍ଲ୍ୟୁଆଇ, ଡଗରାସାହି, ପଥରଆଡ଼ି କାଳୀପୂଜା କମିଟି, କାଉଡ଼ିଆ ସଂଘ କାଳୀପୂଜା କମିଟି ୮ଟି ମଣ୍ଡପ ଓ ଭଦ୍ରକ ସହରର ରାଜଘାଟ ପୋଲ ନିକଟରେ ମା’ କାଳୀ ପୂଜା ପାଉଛନ୍ତି। ପିଡବ୍ଲ୍ୟୁଆଇ ଓ ପଥରଆଡ଼ି ମଣ୍ଡପରେ ସୁଉଚ୍ଚ ତୋରଣ ବେଶ୍‌ ଆକର୍ଷଣୀୟ ହୋଇଛି। ୭ ଦିନ ଧରି ପୂଜା ଚାଲିବ। ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାରେ ପସରା ମେଲାଇଛନ୍ତି। ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଲୋକଙ୍କୁ ମେଳାକୁ ଟାଣି ଆଣୁଛି। ବିଭିନ୍ନ ଘରକରଣା ଜିନିଷ ଓ ମନୋହରି ଦୋକାନରେ ଲୋକଙ୍କ ଗହଳି ଲାଗୁଛି।
ବାରୁଆଳିରେ ସଚେତନତା ଓ ପୌରାଣିକ କିମ୍ବଦନ୍ତୀ
ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ପୌରାଣିକ କିମ୍ବଦନ୍ତୀକୁ ନେଇ ବାରୁଆଳି ନିର୍ମାଣ କରାଯାଇଛି। କେତେକ ମଣ୍ଡପରେ ବାରୁଆଳିରେ ସମ୍ପ୍ରତି ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ନେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି। ପିଡବ୍ଲ୍ୟୁଆଇ ମଣ୍ଡପରେ ଦ୍ରୌପଦୀ ସ୍ବୟଂମ୍ବର ଓ ବେଲଗଛର ଉପକାରିତା ନେଇ ପାର୍ଶ୍ୱମୂର୍ତ୍ତିରେ ଦର୍ଶାଯାଇଛି। ସ୍କୁଲରୋଡ୍‌ ପୂଜା ମଣ୍ଡପରେ ମହିଳା ସରପଞ୍ଚଙ୍କ ରାଜନୈତିକ କ୍ଷମତା, ବୃଦ୍ଧା ବୟସରେ ଭତ୍ତା ନ ମିଳିବା, ଭୋଟର କାର୍ଡରେ ନଁା ନ ଥିବା ଆଦି ରାଜନୈତିକ ସ୍ଥିତିକୁ ନେଇ ପାର୍ଶ୍ୱମୂର୍ତ୍ତି ନିର୍ମାଣ କରାଯାଇଛି।
ଆଲୋକମାଳାରେ ଝଲସୁଛି ଚରମ୍ପା ବଜାର
ଡାହାଣୀଗଡ଼ିଆ ହିରୋ ଶୋ’ରୁମ୍‌ଠାରୁ ଦମକଳ ଅଫିସ ଓ ହାଇସ୍କୁଲ ରୋଡ୍‌ଠାରୁ ଚରମ୍ପା ରେଳଷ୍ଟେଶନ ପର୍ଯ୍ୟନ୍ତ ରଙ୍ଗିନ ଆଲୋକମାଳାରେ ଝଲସୁଛି। ସେହିପରି ଷ୍ଟେଶନରୋଡ୍‌, ବିଶାଣିଖରିଦା, ନବଗ୍ରହ ମନ୍ଦିର ରୋଡ୍‌ ଏରେଇଁ, ଡଗରାସାହି, ପଥରଆଡ଼ି ବଜାରର ସମସ୍ତ ଗଳିକନ୍ଦି ଆଲୋକମାଳାରେ ସୌନ୍ଦର୍ଯ୍ୟମୟ ହୋଇଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗୁଥିବାରୁ ସନ୍ଧ୍ୟା ସମୟରେ ଛିନ୍‌ତାଇ, ପକେଟ୍‌ ମାର୍‌, ରୋଡ୍‌ ରୋମିଓମାନେ ସକ୍ରିୟ ରହିଥିବାର ପୂର୍ବରୁ ନଜିର ରହିଛି। ସେଥିପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ତତ୍ତ୍ୱାବଧାନରେ ୨ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୧ ଇନ୍ସପେକ୍ଟର, ୮୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ଅଛନ୍ତି। ସମ୍ବେଦନଶୀଳ ସ୍ଥାନ ଓ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri