ଭଦ୍ରକରେ କରୋନା ସତର୍କତା: ପ୍ରଶାସନ ପକ୍ଷରୁ ଛୁଟି ବାତିଲ

ଭଦ୍ରକ ଅଫିସ, ୧୬।୩: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସୋମବାରଠାରୁ ଭଦ୍ରକ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏ ନେଇ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ କରି ସୂଚନା ଦେଇଛନ୍ତି।