ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ଛୁଇଁଲା

ଭଦ୍ରକ ଅଫିସ,୨୫ା୫: ଭଦ୍ରକ ଜିଲାରେ ସୋମବାର ୮ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ଛୁଇଁଛି। ଏହି ୮ ଜଣଙ୍କ ମଧ୍ୟରୁ ୪ ଜଣ କୋଲକାତା ଫେରନ୍ତା ହୋଇଥିବା ବେଳେ ତେଲେଙ୍ଗାନାରୁ ଜଣେ, ଗୁଜରାଟରୁ ୨ ଜଣ ଓ ଆନ୍ଧ୍ରରୁ ଜଣେ ଫେରିଥିବା ଜଣାପଡ଼ିଛି। ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ।