ଭଦ୍ରକରେ ଆସାମର ୪୦ ଚାଷୀ

ଭଦ୍ରକ ଅଫିସ, ୧୯।୨: ଆସାମ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲାର ୪୦ଜଣ ଅଗ୍ରଣୀ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ବିଭିନ୍ନ ଚାଷ ମଡେଲ ଅନୁଧ୍ୟାନ ପାଇଁ ବୁଧବାର ଭଦ୍ରକ ଗସ୍ତ କରିଥିଲେ। ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ୪୦ ଚାଷୀ ଓ ୪ ଏକ୍ସପର୍ଟ ଦିନତମାମ ରହି ସୂର୍ଯ୍ୟମୁଖୀ, ଧାନ ଚାଷ, ଜିଆ ଖତ ପ୍ରସ୍ତୁତି ଓ ବ୍ୟବହାର, ମୁଗ, ବିରି, ଛତୁ ବିହନ ଉତ୍ପାଦନ, କଡ଼କନାଥ କୁକୁଡ଼ା ଚାଷ ସମେତ ସମନ୍ବିତ ଚାଷ ପ୍ରଣାଳୀ, ମୃତ୍ତିକା ଓ ପାଣି ପରୀକ୍ଷା କେନ୍ଦ୍ର, ମୁଣ୍ଡା ଜାଅଁାଳ ଉପତ୍ାଦନ କେନ୍ଦ୍ର ବୁଲି ଦେଖିଥିଲେ। ଏହି ଟିମ୍‌ ଦିନିକିଆ ଗସ୍ତରେ ଆସି ଉନ୍ନତ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ ଓ ମଡେଲ୍‌ ଦେଖି ସେମାନେ ଆସାମରେ ନିଜ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଆଣିବେ ବୋଲି କୁହାଯାଇଛି। ଅନ୍ତରାଷ୍ଟ୍ରୀୟ ଧାନ ଅନୁସନ୍ଧାନ ସଂସ୍ଥା(ଇରି) ପକ୍ଷରୁ ତାରାଚାନ୍ଦ ଧୁଣ୍ଡିଆଲ୍‌, ସୂର୍ଯ୍ୟକାନ୍ତ ଖଣ୍ଡାୟୀ, ଅଜିତ୍‌ ସାମଲ କୃଷି ସମ୍ବନ୍ଧିତ ବୈଷୟିକ ତାଲିମ ପ୍ରଦାନ କରିଥିଲେ। ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଅମ୍ବିକା ପ୍ରସାଦ ନାୟକ, ଦେବୀପ୍ରସାଦ ମହାନ୍ତି, ରୋଜାଲିନ୍‌ ମହାପାତ୍ର ଓ ମଣ୍ଟୁ ଚୌଧୁରୀ ତାଲିମ ଦେଇଥିଲେ।