ଭଦ୍ରକରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ: ଜିଲାରେ ୧୪୬ ଛୁଇଁଲା ପଜିଟିଭ୍‌ ସଂଖ୍ୟା

ଭଦ୍ରକ ଅଫିସ,୧୩।୬: ଭଦ୍ରକ ଜିଲାରେ ଶନିବାର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ ଛୁଇଁଛି। ତେବେ ସମସ୍ତ ୫ ଆକ୍ରାନ୍ତ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି।