ଭଦ୍ରକରୁ ଗଡ଼ିଲା ବସ୍‌

ଭଦ୍ରକ ଅଫିସ,୨୮।୫: ରାଜ୍ୟରେ ବେସରକାରୀ ବସ୍‌ ସେବା ଗୁରୁବାରଠାରୁ ଆରମ୍ଭ ହୋବାକୁ ପୂର୍ବରୁ ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରରେ ମଧ୍ୟ ଗୁରୁବାରଠୁ ବସ୍‌ ସେବା ଆରମ୍ଭ ହୋଇଛି। ଭଦ୍ରକ ବନ୍ତ ଛକ ସ୍ଥିତ ଷ୍ଟାଣ୍ଡରେ ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜିଂ କରାଯାଇ ଚଳାଚଳ ଆରମ୍ଭ କରାଯାଇଛି। ବସ୍‌କୁ ଆସୁଥିବା ଯାତ୍ରୀ ସାନିଟାଇଜର ବ୍ୟବହାର କରିବା ସହ ମୁହଁରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କୁହାଯାଉଛି। ପ୍ରଥମ ଦିନରେ ବସ୍‌ ସେବା ଭୁବନେଶ୍ୱରକୁ ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହିଛି। ରାଜ୍ୟ ସରକାର ଓ ବେସରକାରୀ ବସ୍‌ ସଂଘର ନିଷ୍ପତ୍ତି କ୍ରମେ ଏହି ସେବା ଆରମ୍ଭ କରିଛି ଭଦ୍ରକ ଆସୋସିଏସନ। ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଲକୁ ଯିବା ପାଇଁ ବସ୍‌ଷ୍ଟାଣ୍ଡରେ ଭିଡ ଜମେଇଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ପରେ ବସ୍‌ ଚଳାଚଳ ଆରମ୍ଭ ହୋଇଥିବାରୁ ବସ୍‌ ମାଲିକ ଓ ଯାତ୍ରୀ ଉଭୟ ଖୁସି ବ୍ୟକ୍ତ କରିଛନ୍ତି।