Categories: ଯାଜପୁର

ଭତ୍ତା ଅପେକ୍ଷାରେ କୁନି

ଜେନାପୁର,୬ା୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ରାଇଛନ୍ଦା ଗ୍ରାମର କୁନ ପ୍ରଧାନ (୬୮) ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ବାରମ୍ବାର ସ୍ଥାନୀୟ ପଞ୍ଚୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କର୍ଯ୍ୟାଳୟରେ ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କୁ ପଚାରିବାରୁ, କୁନଙ୍କ ଆବେଦନ ପତ୍ର ବ୍ଲକ କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ସେଠାରୁ ଆସିବା ପରେ ତାଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।