ଭତା, ଆବାସ ଯୋଜନାରୁ ବଁଚିତ୍‌ ଦମ୍ପତି: ବୁରୁଧ୍‌ କାଲେ କୁଲବୁରତି ସାହାଭରସା

ପର୍ଲା, ୧୯।୩ (ଡି.ଏନ୍‌.ଏ.)- କେନ୍‌ କାଲୁ ଆମର ଦେଶ୍‌ରେ ଲୁକ୍‌କର କାମ୍‌ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍‌ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍‌ନେଇ ଅନେକ ସମାଜର ଲୋକ୍‌ ନିଜର ଜୀବନ୍‌ ଜିବ୍‌କା ଚଲଉଛନ୍‌। ଏନ୍‌ତା ନିଜର କୁଲବୁରତିକେ ଆପ୍‌ନେଇ ସଖାଲୁ ବେଲବୁଡ଼ାତକ୍‌ ନିଅଁାରେ ଯୁଝି ଯୁଝି ଲୁକ୍‌କର ମନ୍‌ପସନର ଲୁହା ସାମାନ ତିଆର କରୁଥିବାର ଝନେ କାରିଗରକୁଁ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲା ଗଁାରେ।
ସୂଚନା ଅନ୍‌ସାରେ ପର୍ଲା ଗଁାର ବୁରୁଧ୍‌ ରାଏଧର ମୁଣ୍ଡା(୬୦)। ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁଁ ନେଇ ସଁସାର। ପରିବାରର ସଭେ କୁଲିମଜୁରି କରି ଦୁଇ ପଏସା ରୁଜଗାର କରୁଥିଲାବେଲେ ରାଏଧର ନିଜର ବାପ୍‌ ଅଜାରନୁ ଶିଖିଥିବାର କୁଲବୁରତିକେ ବଁଚେଇ ରଖିଛନ୍‌। ସଖାଲ ପାଏଲେ ସେ ସାଲରେ ନିଅଁାର ସଂଗେ ଯୁଝି ଲୁକ୍‌କର ମନପସନର ଲୁହା ସାମାନ ତିଆରୁଛନ୍‌। ରାଏଧରକଁର ଜମିବାଡ଼ି ବଲି କିଛି ନାଇଁ। ପେଟ୍‌ ପାଲବାର ଲାଗି କୁଲବୁରତି ନ ଏକା ସାହାଭରସା। ଝାଟିମାଟିର ଗୁଟେ କୁରିଆରେ ପଲିଥିନ୍‌ ଢାପି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନା କହେଲେ ରାଶନକାର୍ଡରେ ମାସିକ ମିଲୁଥିବାର ୨୦ କେ.ଜି. ଚାଉଲ। ଇତାର ବାହାରେ ପରିବାରଟା ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର କହିଛନ୍‌। ଭତା ଆର ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସରପଁଚ୍‌ନୁ ଥାନୀଅ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌ ରାଏଧର। ଇଆଡ଼େ ଦିନୁଦିନ୍‌କେ ପରିବାର ବଢ଼ୁଛେ। ରାଏଧର ଦୁଖ୍‌ସୁଖ କରି ଦୁଇପୁଓକୁ ବିହାଚୁରା କରିଛନ୍‌। ଏହେଦେ ସେମାନେ ତାକର ପରିବାରକେ ନେଇ ଚଲୁଛନ୍‌। ଏନ୍‌ତାଥି ରାଏଧର ଲୁହୁରା ସାଲୁ ଫିଦିନ ଯାହା କମାନି କରୁଛନ୍‌ ସେଥ୍‌ରେ ଦମ୍ପତି ବଡ଼ା କଷ୍‌ଟେ ଚଲୁଛନ୍‌। ଇ ଗରିବ୍‌ ବୁରୁଧ୍‌ ଦମ୍ପତିକଁର ଉପରେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ଲିଖିତ ଦରଖାସ୍ତ ଖଁଡ଼େ ମୋତେ ଦେଲେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri