ଭତା, ଆବାସ ଯୋଜନାରୁ ବଁଚିତ୍‌ ଦମ୍ପତି: ବୁରୁଧ୍‌ କାଲେ କୁଲବୁରତି ସାହାଭରସା

ପର୍ଲା, ୧୯।୩ (ଡି.ଏନ୍‌.ଏ.)- କେନ୍‌ କାଲୁ ଆମର ଦେଶ୍‌ରେ ଲୁକ୍‌କର କାମ୍‌ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍‌ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍‌ନେଇ ଅନେକ ସମାଜର ଲୋକ୍‌ ନିଜର ଜୀବନ୍‌ ଜିବ୍‌କା ଚଲଉଛନ୍‌। ଏନ୍‌ତା ନିଜର କୁଲବୁରତିକେ ଆପ୍‌ନେଇ ସଖାଲୁ ବେଲବୁଡ଼ାତକ୍‌ ନିଅଁାରେ ଯୁଝି ଯୁଝି ଲୁକ୍‌କର ମନ୍‌ପସନର ଲୁହା ସାମାନ ତିଆର କରୁଥିବାର ଝନେ କାରିଗରକୁଁ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲା ଗଁାରେ।
ସୂଚନା ଅନ୍‌ସାରେ ପର୍ଲା ଗଁାର ବୁରୁଧ୍‌ ରାଏଧର ମୁଣ୍ଡା(୬୦)। ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁଁ ନେଇ ସଁସାର। ପରିବାରର ସଭେ କୁଲିମଜୁରି କରି ଦୁଇ ପଏସା ରୁଜଗାର କରୁଥିଲାବେଲେ ରାଏଧର ନିଜର ବାପ୍‌ ଅଜାରନୁ ଶିଖିଥିବାର କୁଲବୁରତିକେ ବଁଚେଇ ରଖିଛନ୍‌। ସଖାଲ ପାଏଲେ ସେ ସାଲରେ ନିଅଁାର ସଂଗେ ଯୁଝି ଲୁକ୍‌କର ମନପସନର ଲୁହା ସାମାନ ତିଆରୁଛନ୍‌। ରାଏଧରକଁର ଜମିବାଡ଼ି ବଲି କିଛି ନାଇଁ। ପେଟ୍‌ ପାଲବାର ଲାଗି କୁଲବୁରତି ନ ଏକା ସାହାଭରସା। ଝାଟିମାଟିର ଗୁଟେ କୁରିଆରେ ପଲିଥିନ୍‌ ଢାପି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନା କହେଲେ ରାଶନକାର୍ଡରେ ମାସିକ ମିଲୁଥିବାର ୨୦ କେ.ଜି. ଚାଉଲ। ଇତାର ବାହାରେ ପରିବାରଟା ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର କହିଛନ୍‌। ଭତା ଆର ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସରପଁଚ୍‌ନୁ ଥାନୀଅ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌ ରାଏଧର। ଇଆଡ଼େ ଦିନୁଦିନ୍‌କେ ପରିବାର ବଢ଼ୁଛେ। ରାଏଧର ଦୁଖ୍‌ସୁଖ କରି ଦୁଇପୁଓକୁ ବିହାଚୁରା କରିଛନ୍‌। ଏହେଦେ ସେମାନେ ତାକର ପରିବାରକେ ନେଇ ଚଲୁଛନ୍‌। ଏନ୍‌ତାଥି ରାଏଧର ଲୁହୁରା ସାଲୁ ଫିଦିନ ଯାହା କମାନି କରୁଛନ୍‌ ସେଥ୍‌ରେ ଦମ୍ପତି ବଡ଼ା କଷ୍‌ଟେ ଚଲୁଛନ୍‌। ଇ ଗରିବ୍‌ ବୁରୁଧ୍‌ ଦମ୍ପତିକଁର ଉପରେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ଲିଖିତ ଦରଖାସ୍ତ ଖଁଡ଼େ ମୋତେ ଦେଲେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri